Kalahandi News: ସହିହେଲାନି ପ୍ରେମିକାର ଧୋକା, ମୃତ୍ୟୁ ପୂର୍ବରୁ ଅନ୍ତରଙ୍ଗ ମୂହୁର୍ତ୍ତର ଷ୍ଟାଟସ୍ ରଖିଦେଲା ପ୍ରେମିକ
Advertisement
trendingNow11673494

Kalahandi News: ସହିହେଲାନି ପ୍ରେମିକାର ଧୋକା, ମୃତ୍ୟୁ ପୂର୍ବରୁ ଅନ୍ତରଙ୍ଗ ମୂହୁର୍ତ୍ତର ଷ୍ଟାଟସ୍ ରଖିଦେଲା ପ୍ରେମିକ

Kalahandi News In Odia: ପ୍ରେମ(Love) ପାଇଁ ଜୀବନ ହାରିଲା ପ୍ରେମିକ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ(Boyfriend) । ସହିପାରିଲାନି ପ୍ରେମରେ ଧୋକା । ହ୍ଵାଟସ୍‌ ଆପ୍‌ରେ ଅନ୍ତରଙ୍ଗ ମୂହୁର୍ତ୍ତର ଷ୍ଟାଟସ୍‌ (whatsapp status)ଦେଇ ଆତ୍ମହତ୍ୟା କଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ତି (Kalahandi) ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kalahandi News In Odia: ପ୍ରେମ(Love) ପାଇଁ ଜୀବନ ହାରିଲା ପ୍ରେମିକ (Boyfriend) । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ(Boyfriend) । ସହିପାରିଲାନି ପ୍ରେମରେ ଧୋକା । ହ୍ଵାଟସ୍‌ ଆପ୍‌ରେ ଅନ୍ତରଙ୍ଗ ମୂହୁର୍ତ୍ତର ଷ୍ଟାଟସ୍‌ (whatsapp status)ଦେଇ ଆତ୍ମହତ୍ୟା କଲେ ଯୁବକ ।  ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  କଳାହାଣ୍ତି (Kalahandi) ଜିଲ୍ଲା କୋକସରା ଥାନା ଭାଲୁଚୁଆଁ ଗାଁରେ ।  ମୃତକ ଜଣକ ହେଲେ ମୃତକ ହେଲେ ଧର୍ମଗଡ ଥାନା ଅଏଁଲାଯୋର ଗାଁର ହିମାଂଶୁ ଭଇଁସାଲ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ସେ ଆତ୍ମହତ୍ୟା କଲେ ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ । 

ସୂଚନା ଅନୁସାରେ,କଳାହାଣ୍ତି ଜିଲ୍ଲା ଧର୍ମଗଡ ଥାନା ଅଏଁଲାଯୋର ଗାଁର ହିମାଂଶୁ ଭଇଁସାଲ (Boyfriend)  । ଡ୍ରାଇଭର ଭାବେ ସେ କାର୍ଯ୍ୟ କରନ୍ତି। ଦିର୍ଘ ଦିନ ଧରି ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏପରିକି ତାହା ସହ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଜଣାପଡିଛି । ହେଲେ ଆଜି ସକାଳୁ ହିମାଂଶୁଙ୍କ ସାଙ୍ଗସାଥୀ ତାଙ୍କ ଘର ନିକଟକୁ ଯେତେବେଳେ ଆସିଥିଲେ ସେ କବାଟ ଖୋଲି ନ ଥିଲେ। ଏପରିକି ସେ ଫୋନ୍ ଉଠାଇ ନଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲା। କିନ୍ତୁ ଦେଖିଲା ବେଳେକୁ ଖଟ ଉପରେ ତାଙ୍କ ମୃତଦେହ ପଡିଛି । ସେ ନିଜ ହାତ କାଟି ଆତ୍ମହତ୍ୟା କରିଥିବା ପୋଲିସ୍ କହିଛି। 

Also Read: World's Most Expensive Water: ବିଶ୍ବର ସବୁଠୁ ମହଙ୍ଗା ପାଣିର ଲିଟର ପିଛା ଦର କେତେ? ଜାଣନ୍ତୁ

Also Read: Shani Upay: ଶନିବାର ଦିନ କରନ୍ତୁ କେବଳ ଏହି ୫ଟି କାମ, ଦୂର ହେବ ଶନିଦଶା ମାଡ଼ିଯିବ ଧନସମୃଦ୍ଧି!

ସେପଟେ, ଆତ୍ମହତ୍ୟା ପୂର୍ବରୁ ହିମାଂଶୁ ଏକ ଓ୍ବାଟସପରେ ଷ୍ଟାଟସ୍ ମଧ୍ୟ ଦେଇଥିଲେ।  ଏପରିକି ଷ୍ଟାଟସରେ ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଫଟୋ ଲଗାଇଥିଲେ। ପୋଲିସ  ମୃତଦେହ ଉଦ୍ଧାର କରିବା ସହ ବ୍ଯବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି। ବ୍ଯବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସି ପାରିବ ବୋଲି ପୋଲିସ ସୂଚନା ଦେଇଛି। ତାଙ୍କ ମୋବାଇଲ ଷ୍ଟାଟସ ଭାଇରାଲ ହୋଇଥିବା ଯୋଗୁଁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । 

Also Read: Cuttack Crime News: ଘର ପଛପଟୁ ସୁନା ଇଟା ବାହାରିବ କହି ମୌଲାନା କୈଫି ଖାନ୍ ଠକି ନେଲା ୫ ଲକ୍ଷ

ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲାରେ। ବଲାଙ୍ଗୀର ସଦର ଥାନା ଦୁଆନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କ ଘର ସମ୍ମୁଖରେ ପ୍ରେମିକଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ କୁମପଥର ଗାଁର ବୋଲି ଜଣାପଡ଼ିଛି। ଯୁବକଙ୍କ ପେଟରେ ଗଭୀର ଆଘାତ ଲାଗିଛି। ଯୁବକ ଜଣକ ନିଜ ପେଟରେ ଛୁରି ଭୁସି ଆତ୍ମହତ୍ୟା କରିଥିବା ପ୍ରେମିକାର ପରିବାର ଲୋକ କହିଛନ୍ତି। ଅନ୍ୟପକ୍ଷରେ ପ୍ରେମିକଙ୍କ ଘର ଲୋକେ ହତ୍ୟା ସନ୍ଦେହ କରିଛନ୍ତି। ସଦର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ସଂପୃକ୍ତ ଯୁବକ ଓ ଯୁବତୀଙ୍କ ଭିତରେ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ଥିବା ନେଇ ଜଣାପଡ଼ିଥିବା ବେଳେ ଏହାକୁ ଉଭୟଙ୍କ ପରିବାର ବିରୋଧ କରୁଥିବା ଜଣାପଡ଼ିଛି। 

Trending news